ଭୁବନେଶ୍ୱର: ଫ୍ୟାକ୍ଟ୍ରି ଓ ବଏଲର୍ସର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା ଗିରଫ ହେଲେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଗତକାଲି ଭୁବନେଶ୍ୱର, କଟକ , କୋରେଇ ଓ ପୁଡୁଚେରୀ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଭୁବନେଶ୍ୱରର ଘାଟିକିଆ, କଟକ ଶ୍ୱଶୁର ଘର, କୋରେଇରେ ପୈତୃକ ବାସଭବନ, କଟକରେ ଥିବା ଫ୍ଲାଟ, କଟକ ଓ ଭୁବନେଶ୍ୱରର ଅଫିସ କାର୍ଯ୍ୟାଳୟ ଓ ପୁଡୁଚେରୀରେ ଥିବା ଘରେ ରେଡ କରିଥିଲା । ଭିଜିଲାନ୍ସ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିଲା । ଚଢ଼ଉ ବେଳେ ତାଙ୍କର ବିପୁଲ ଗାର୍ଡେନ ସ୍ଥିତ ଫ୍ଲାଟରୁ ନଗଦ ୨ ଲକ୍ଷ ଟଙ୍କା ଏବଂ ୬୦୦ ଗ୍ରାମରୁ ଅଧିକ ପରିମାଣର ସୁନା ଓ ରୂପା ଜବତ ହୋଇଥିଲା । ଆହୁରି ମଧ୍ୟ ୪୧ ଲକ୍ଷ ଟଙ୍କାର ଫ୍ଲାଟ, ୨୯ ଲକ୍ଷର ଫ୍ଲାଟ ଥିବା ଜଣାପଡ଼ିଛି । ତାଙ୍କୁ ଗିରଫ କରାଯିବା ପରେ ଭିଜିଲାନ୍ସ ଡିଏସପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0