ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେବ ଉପ ନିର୍ବାଚନ । ଏନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଉପ ନିର୍ବାଚନ ସମେତ ବିହାର ବିଧାନସଭା ପାଇଁ ସାଧାରଣ ନିର୍ବାଚନ ମଧ୍ୟ ସେହି ସମୟରେ ଆୟୋଜିତ ହେବ । ଏନେଇ ଆୟୋଜିତ ବୈଠକରେ କୋଭିଡ଼ କଟକଣା ସମୟରେ ନିର୍ବାଚନ ସୁରୁଖୁରୁରେ ହେବା ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ରାଜ୍ୟ ସରକାର ନିର୍ବାଚନ ପରିଚାଳନାରେ କରୋନା ଓ ବନ୍ୟାକୁ ମୁଖ୍ୟ ସମସ୍ୟା ବୋଲି ଦର୍ଶାଇଥିଲେ । ରାଜ୍ୟ ନିର୍ବାଚନ ଅଧିକାରୀ ଓ ମୁଖ୍ୟ ଶାସନ ସଚିବମାନେ ଏନେଇ ନିର୍ବାଚନ ଆୟୋଗରେ ନିଜର ମତ ରଖିଥିଲେ । ସମସ୍ତ ବିଷୟକୁ ଧ୍ୟାନରେ ରଖି ନଭେମ୍ବର ୨୯ ତାରିଖ ପୂର୍ବରୁ ସାଧାରଣ ନିର୍ବାଚନ ସାରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ଦେଶର ୬୫ଟି ସ୍ଥାନରେ ଉପ ନିର୍ବାଚନ ହେବାକୁ ଥିବାବେଳେ, ଏଥିରୁ ୬୪ଟି ବିଧାନସଭା ନିର୍ବାଚନ ଓ ଗୋଟିଏ ଲୋକସଭା ନିର୍ବାଚନ ହେବ । ତେବେ କରୋନା ସମୟରେ ଅନେକ ରାଜନୈତିକ ଦଳ ନିର୍ବାଚନ ସପକ୍ଷରେ ନଥିଲେ ମଧ୍ୟ ନିର୍ବାଚନ ଆୟୋଗ ଏହି ତର୍କକୁ ଖାରଜ କରିଛି । କେବଳ ଜରୁରୀ କାଳୀନ ପରିସ୍ଥିତି କିମ୍ବା ରାଷ୍ଟ୍ରପତି ଶାସନ ଲାଗୁ ସମୟରେ ହିଁ ବିନା ଲୋକ ପ୍ରତିନିଧିରେ ବ୍ୟବସ୍ଥା କାମ କରିପାରିବ । ସେପରି ପରିସ୍ଥିତି ନଥିଲେ ୬ ମାସ ମଧ୍ୟରେ ଲୋକ ପ୍ରତିନିଧି ନିର୍ବାଚିତ ହେବା ବାଧ୍ୟତାମୂଳକ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0