spot_img

ହରଭଜନ ସିଂ ଖେଳିବେନି ଆଇପିଏଲ୍ !!!

ବ୍ୟକ୍ତିଗତ କାରଣରୁ ଅଲରାଉଣ୍ଡର ସୁରେଶ ରାଇନା ଦୁବାଇରୁ ଭାରତ ଫେରିବା ପରେ ଏବେ ଖବର ପ୍ରକାଶ ପାଇଛି ଯେ ସିନିୟର ସ୍ପିନର ହରଭଜନ ସିଂ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୦) ର ୧୩ ତମ ସିଜନରେ ଅଂଶଗ୍ରହଣ କରିବେ ନାହିଁ।

ସୁଚନା ଅନୁସାରେ ହରଭଜନ ସିଏସକେ ଦଳ ସହିତ ଦୁବାଇକୁ ଆସିନାହାଁନ୍ତି । ବ୍ୟକ୍ତିଗତ କାରଣରୁ ସେ ଚେପାକରେ ଚେନ୍ନାଇ ଦଳର କଣ୍ଡିସନିଙ୍ଗ କ୍ୟାମ୍ପରେ ଅଂଶଗ୍ରହଣ କରିନଥିଲେ। ସେ ସେପ୍ଟେମ୍ବର ୧ ସୁଦ୍ଧା ଦଳରେ ଯୋଗଦେବାର ଥିଲା । ଏବେଯାଏ ହରଭଜନ ଭାରତ ଛାଡିନାହାନ୍ତି ।
ଏପର୍ୟ୍ୟନ୍ତ ଏହି ଭାରତୀୟ ବୋଲଙ୍କୁ ଚେନ୍ନାଇ ଫ୍ରାଞ୍ଚାଇଜରଙ୍କ ଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ । ଏଏନଆଇ ଖବର ଅନୁଯାୟୀ ହରଭଜନ ୧୩ ତମ ସିଜନରେ ଅଂଶଗ୍ରହଣ କରିବାର ସମ୍ଭାବନା କମ୍ ।
ସେ କୌଣସି ସରକାରୀ ବାର୍ତ୍ତା ପଠାଇ ନାହାଁନ୍ତି ବୋଲି ଦଳ ସହ ଜଡିତ ଏକ ସୂତ୍ରରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular