spot_img

ଗ୍ୟାସ ସମସ୍ୟାରେ ଆପଣ ପୀଡିତ କି? ଏସବୁ ଖାଦ୍ୟରୁ ଦୂରରେ ଋୁହନ୍ତୁ ।

ଆଜିକାଲି ଗ୍ୟାସଜନିତ ସମସ୍ୟା ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି । ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାସ୍ତବରେ ଏହି ରୋଗ ଖାଦ୍ୟପେୟରେ ପରିବର୍ତ୍ତନ ଯୋଗୁଁ ହୋଇଥାଏ । ବତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ଆମେ ଠିକ୍ ସମୟରେ ଖାଦ୍ୟପେୟରେ ଧ୍ୟାନ ଦେଇନଥାନ୍ତି । ଏହା ବ୍ୟତୀତ ବିଭିନ୍ନ ପ୍ରକାର ମସଲାଯୁକ୍ତ ଖାଦ୍ୟ, ଜଙ୍କ୍ ଫୁଡ , ତୈଳାକ୍ତ ଖାଦ୍ୟ ଖାଇବା ଦ୍ୱାରା ହଜମ କ୍ରିୟାାରେ ବାଧା ସୃଷ୍ଟି କରିଥାଏ । ଯଦି ଆପଣ ବି ଏହି ସମସ୍ୟାରେ ଗତି କରୁଛନ୍ତି ତେବେ କେତେକ ଖାଦ୍ୟରୁ ଦୂରରେ ରହିବା ଉଚିତ ।

୧.କଞ୍ଚା ପଣସ
କଞ୍ଚା ପଣସ କୁ ଲୋକମାନେ ପରିବା ଭାବେ ବ୍ୟବହାର କରିଥାନ୍ତି । ଏହା ବହୁ ତେଲ, ମସଲା ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ଏହାକୁ ଭାତ ଓ ରୁଟି ସହିତ ଖାଇଥାନ୍ତି । ଏହା ସହିତ, ଏଥିରେ ଅନେକ ପୋଷକ ତତ୍ତ୍ୱ ଅଛି, କିନ୍ତୁ ଗ୍ୟାସ୍ ସମସ୍ୟା ଭୋଗୁଥିବା ଲୋକମାନେ ଏଥିରୁ ଦୂରରେ ରହିବା ଉଚିତ୍ ।

୨. ସାରୁ
ସାରୁ ଖାଇବାକୁ ମଧ୍ୟ ଅନେକ ଲୋକ ଭଲ ପାଇଥାନ୍ତି । ଏଥିରେ ଅନେକ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଲୋକମାନେ ଖାଇବାକୁ ପସନ୍ଦ କରନ୍ତି । ଗ୍ୟାସ ଓ ପେଟ ଫୁଲୁଥିବା ସମସ୍ୟାରେ ପୀଡିତ ବ୍ୟକ୍ତି ଏହାକୁ ନ ଖାଇବା ଉଚିତ୍ । ଯଦି ଆପଣ ଏହାକୁ ବହୁତ ପସନ୍ଦ କରୁଛନ୍ତି ତେବେ ଏଥିରେ ଜୁଆଣି ମିଶାଇ ଖାଆନ୍ତୁ ।

୩. ମୂଳା
ମୂଳା ଏକ ଶୀତଦିନ ପରିବା ହୋଇଥାଏ । ଏଥିରେ ସାଲାଡ, ପରଟା ପ୍ରଭୃତି ପ୍ରସ୍ତୁତ କରାଯାଇଥାଏ । ଏହାକୁ ଖାଇବାକୁ ସମସ୍ତେ ଭଲ ପାଇଥାନ୍ତି । କିନ୍ତୁ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି, ତେବେ ଆପଣ ମୂଳାକୁ କମ୍ ଖାଇବା ଉଚିତ୍ । ନଚେତ୍ ଏହା ଆପଣଙ୍କୁ ବହୁ ପରିମାଣରେ କ୍ଷତି ପହଞ୍ଚାଇପାରେ । ଯଦି ଆପଣ ଏହାକୁ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଏହା ଖାଇବା ପରେ କିଛି ଜୁଆଣି ଖାଇଲେ ଗ୍ୟାସ ହେବନାହିଁ ।
୪. ରାଜମା
ରାଜମା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଥାଏ ଏବଂ ଯେଉଁମାନେ ଓଜନ ହ୍ରାସ କରନ୍ତି ସେମାନେ ଏହାକୁ ଖାଇଥାନ୍ତି । କିନ୍ତୁ ଯେଉଁମାନଙ୍କର ଗ୍ୟାସ ସମସ୍ୟା ଅଛି ସେମାନଙ୍କ ପାଇଁ ରାଜମା ଲାଭଦାୟକ ନୁହେଁ, ତେଣୁ ଆପଣ ଏହାକୁ କମ୍ ଖାଇବା ଉଚିତ୍ ।
୫. ଛୋଲେ (କାବୁଲି ଚଣା)
କାବୁଲି ଚଣା ଖାଇବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରିଥାନ୍ତି । ଏହାକୁ ନେଇ ଭିନ୍ନ ଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହାକୁ ଭାତ ବା ରୁଟିରେ ମଧ୍ୟ ଖାଇବାକୁ ଭଲ ଲାଗେ । କିନ୍ତୁ ଏହାକୁ ଖାଇବା ଦ୍ୱାରା ଗ୍ୟାସ ଜନିତ ସମସ୍ୟା ଉପୁଜିଥାଏ । ତେଣୁ ଏହାକୁ କମ୍ ଖାଇବା ଉଚିତ୍ । ନଚେତ ଏହାକୁ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟରେ ଯନ୍ତ୍ରଣା ହୋଇଥାଏ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular