spot_img

ଆଜି କୋର୍ଟରେ ହାଜର ହେବେ ଶୌବିକ ଓ ମିରାଣ୍ଡା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍‌ସ ଲିଙ୍କକୁ ନେଇ ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଯାଞ୍ଚ କରୁଛି । ଗତକାଲି ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌବିକ ଓ ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଛି । ଆଜି ଦୁଇଜଣଙ୍କୁ କୋର୍ଟରେ ହାଜର କରାଯିବ । ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ଦୀପେଶ ସାୱନ୍ତଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା । ଆଜି ତାଙ୍କୁ ଗିରଫ କରାଯାଇପାରେ । ମିଳିଥିବା ସୂଚନାନୁସାରେ ରିୟାଙ୍କ କହିବାନୁସାରେ ଶୌବିକ୍ ଡ୍ରଗ୍‌ସ କିଣୁଥିଲେ । ରିୟାଙ୍କୁ ମଧ୍ୟ ୟା ପରେ ସମନ କରାଯିବାର ଅଛି । ଅନ୍ୟପଟେ ସାମୁଏଲ ମିରାଣ୍ଡାଙ୍କ ପତ୍ନୀ ଦୁଇ ଜଣ ଓକିଲଙ୍କ ସହ ଏନସିବି ଅଫିସ୍‌ରେ ପହଞ୍ଚି କଥା ହେବାକୁ ଚାହିଁଥିଲେ । କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳିନଥିଲା । ଶୌବିକ ଓ ସାମୁଏଲ ମିରାଣ୍ଡଙ୍କୁ ଏଡିପିସି ଧାରା ୮ସି, ୨୮ ଓ ୨୯ ଅନୁସାରେ ଗିରଫ କରାଯାଇଛି । ଏନସିବି କହିବାନୁସାରେ ଶୌବିକ କେବଳ ସୁଶାନ୍ତଙ୍କ ପାଇଁ ନୁହେଁ ଅନ୍ୟ କେତେକ ବଲିଉଡ଼ ଅଭିନେତାଙ୍କ ପାଇଁ ମଧ୍ୟ ଡ୍ରଗସ୍ ଯୋଗାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular