spot_img

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ଅପରାହ୍ନ ୪ଟାରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଭୟ ବିଭାଗର ପରୀକ୍ଷାଫଳକୁ ଉନ୍ମୋଚନ କରିବେ। ଏହାପରେ ଛାତ୍ରଛାତ୍ରୀ www.orissaresults.nic.in ୱେବ୍ସାଇଟରେ ସେମାନଙ୍କ ରୋଲ୍ ନମ୍ବର ଓ ଆବଶ୍ୟକ ତଥ୍ୟ ଦେଇ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ୨ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ କଳା ବିଭାଗରେ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ବିଭାଗରେ ୮ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular