spot_img

ଆଜି ପବିତ୍ର ଗୁରୁ ଦିବସ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଦିବସରେ ଭାରତୀୟ ମହାନ ଗୁରୁ ପରମ୍ପରାର ସ୍ମୃତି ସ୍ୱରୂପ ଗୁରୁଙ୍କୁ ପୂଜନ କରାଯାଏ । ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ୧୯୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ତାମିଲନାଡୁର ତରୁୱଲି ଜିଲ୍ଲାର ତିରୁଟ୍ଟନୀରେ ଜନ୍ମ ଗ୍ରହଣ କରିଥିଲେ ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନ । ଭାରତର ପୁର୍ବ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ତାଙ୍କ ସ୍ମୃତିରେ ଆଜିର ଦିନକୁ ସାରା ଭାରତ ବର୍ଷରେ ଗୁରୁ ଦିବସ ରୂପେ ପାଳନ କରାଯାଏ । ଡକ୍ଟର ରାଧା କ୍ରିଷ୍ଣନ ଏକାଧାରାରେ ଥିଲେ ଜଣେ ମହାନ ଶିକ୍ଷାବିତ୍, ଦାର୍ଶନିକ, ତଥା ରାଜୈତିଜ୍ଞ । ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular