ଯାଜପୁର: ଯାଜପୁର ଜିଲ୍ଲାର ବରୀ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କଦଳୀ ପାଟୁଆର ଭେଳାରେ ଦୁଇଜଣ ଯାଉଥିବା ବେଳେ ୧୧ କେଭି ଲାଇନ୍ ସଂସ୍ପର୍ଶରେ ଆସି ଉଭୟଙ୍କର ପ୍ରାଣହାନି ଘଟିଛି। ସୂଚନା ମୁତାବକ , ବରୀ ବ୍ଲକ୍ ଅନ୍ତର୍ଗତ ମନ୍ଦାଳୀ ପଞ୍ଚାୟତର ମେଦୁଆକୂଳ ଗାଁର ଦୁଇ ସଂପର୍କୀୟ ଭାଇ ଶୁଭ୍ରଜିତ ବେହେରା ଓ ମିଟୁଲ ବେହେରା ଛେଳିଙ୍କ ପାଇଁ ଡାଳପତ୍ର ଆଣିବା ଲାଗି କଦଳୀ ପାଟୁଆର ଭେଳାକୁ ବାହାରିଥିଲେ। ହେଲେ ସେଠାରୁ ଅଳ୍ପ ଦୂର ଯିବା ପରେ ହଠାତ୍ ୧୧ କେଭି ଲାଇନ୍ ସଂସ୍ପର୍ଶରେ ସେମାନେ ଆସିଥିଲେ। ଏଥିରେ ସାଙ୍ଗେସାଙ୍ଗେ ଜଣେ ପାଣିରେ ଖସିପଡ଼ିଥିଲେ ଏବଂ ଆରଜଣଙ୍କ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ବରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0