spot_img

ବାଂଲାଦେଶ ମସଜିଦରେ ଏୟାର କଣ୍ଡିସନର ବିସ୍ଫୋରଣରେ ୧୨ ମୃତ

ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକା ଉପକଣ୍ଠସ୍ଥିତ ଏକ ମସଜିଦରେ ୬ଟି ଏୟାର କଣ୍ଡିସନର ବିସ୍ଫୋରଣ ଘଟି ଜଣେ ପିଲା ସହ ପ୍ରାୟ ୧୨ ଜଣ ଉପାସକଙ୍କର ମୃତ୍ୟୁ ଘଟିଛି । ଏା ସହ ପ୍ରାୟ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗ୍ୟାସ ଲିକ୍ ହେବାରୁ ଏସିଗୁଡ଼ିକ ଫାଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶୁକ୍ରବାର ରାତି ୯ଟା ସମୟରେ ନାରାୟଣଗଞ୍ଜ ନଦୀ ବନ୍ଦର ନଗରରେ ବୈତୁଲ ସଲତ ମସଜିଦରେ ପ୍ରାର୍ଥନା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଢ଼ାକା ମେଡ଼ିକାଲ କଲେଜ ହସ୍ପିଟାଲର ବର୍ଣ୍ଣ ୟୁନିଟ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ୍ ସର୍ଜରୀ’ର ମୁଖ୍ୟ ଡାକ୍ତର ସାମନ୍ତା ଲାଲ ସେନ କହିଥିଲେ । ଅନ୍ୟ ଆହତମାନଙ୍କର ଚିକିତ୍ସା ଚାଲଛି । ଶରୀରା ପ୍ରାୟ ୯୦% ଜଳି ଯାଇଥିବାରୁ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଲିକ୍ ହୋଇଥିବା ପାଇପ ଲାଇନରୁ ଗ୍ୟାସ ନିର୍ଗତ ହୋଇ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ବିସ୍ଫୋରଣ ଘଟି ଥାଇପାରେ ବୋଲଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular