spot_img

ଗୁରୁ ଦିବସରେ ମା’ଙ୍କୁ ମନେ ପକାଇଲେ ସୋନୁ

ବଲିଉଡ୍ ଅଭିନେତା ସୋନୁ ସୁଦ୍ ଗୁରୁ ଦିବସରେ ଜୀବନର ପ୍ରଥମ ଗୁରୁ ନିଜ ମା’ ପ୍ରଫେସର ସରୋଜ ଗୁରୁଙ୍କୁ ମନେ ପକାଇଛନ୍ତି । ନିଜ ମା’ଙ୍କର ଏକ ସୁନ୍ଦର ସ୍କେଚ୍ ତିଆରି କରି ତାଙ୍କ ନାମରେ ଦୁଇ ପଦ ଲେଖିଛନ୍ତି । ଗୁରୁ ଦିବସରେ ସୋନୁଙ୍କର ଏହି ପୋଷ୍ଟ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରେରଣା ପାଲଟିଛି । ‘ତୁମ ରାସ୍ତାରେ ଚାଲିବା ଆରମ୍ଭ କରିଛି ମା, ଲକ୍ଷ୍ୟସ୍ଥଳ ଦୂର କିନ୍ତୁ ମିଳିବ ନିଶ୍ଚୟ’ । ତାଙ୍କର ଏହି ଦୁଇ ଧାଡ଼ି ସୋନୁଙ୍କର ବର୍ତ୍ତମାନର କାର୍ଯ୍ୟକୁ ମଧ୍ୟ ଇଶାରା କରୁଛି ।

ଲକ୍ ଡାଉନ୍ ସମୟରେ ଲେଶକଙ୍କୁ ସେ କରିଥିବା ସାହାଯ୍ୟର ଚର୍ଚ୍ଚା ଏବେ ସବୁରି ମୁହଁରେ । ଏବେ ସୋନୁଙ୍କର ବଧ୍ୟ ଏହି କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ୁଥିବା ଦେଖିବାକୁ ମିଳିଛି । ପ୍ରଥମେ ପ୍ରବାସୀ ଶ୍ରମିକ, ବିଦେଶରେ ଫସିଥିବା ଭାରତୀୟ ନାଗରିକ ଓ ଛାତ୍ରଙ୍କୁ ସାହାଯ୍ୟ କରିଥିବା ସୋନୁଙ୍କୁ ଲୋକେ ବର୍ତ୍ତମାନ କୌଣସି ପ୍ରେରଣାଠାରୁ କମ ନୁହଁନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୋନୁଙ୍କ ମା’ଙ୍କର ୫ ବର୍ଷ ପୂର୍ବରୁ ଦୋହାନ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular