spot_img

+୨ କଳା ରେଜଲ୍ଟ ପ୍ରକାଶ, ଚଳିତ ବର୍ଷ ପୁଅଙ୍କୁ ପଛରେ ପକାଇଲେ ଝିଅ

ଆଜି ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ । ସମୁଦାୟ ୧ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ ପାସ୍ କରିଥିବା ସିଏଚଏସଇ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ମନ୍ତ୍ରୀ । ୨ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପୁଅଙ୍କ ପାସ୍ ହାର ରହିଛି ୫୭.୫୩%, ଏବଂ ଝିଅଙ୍କ ପାସ୍ ହାର-୭୫.୪୮% ରହିଛି । ଚଳିତ ବର୍ଷ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ । ତେବେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୨୨ ହଜାର ୧୯୬ ପରୀକ୍ଷାର୍ଥୀ । ଦ୍ୱିତୀୟ ଶ୍ରେଣୀରେ ୨୬,୦୨୭, ଏବଂ ତୃତୀୟ ଶ୍ରେଣୀରେ ୧, ୦୦, ୧୦୧ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କେବଳ ଜଣେ ପରୀକ୍ଷାର୍ଥୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ବରଗଡ ଜିଲ୍ଲାରେ ସର୍ବାଧିକ ପାସ୍ ହାର ୭୬.୬୩% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ପାସ୍ ହାର ୪୪.୬୭% ରହିଛି । ସେହିପରି ୧୦ ଟି କଲେଜରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ କୌଣସି କଲେଜରେ ଜିରୋ ରେଜଲ୍ଟ ହୋଇନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular