ଭୁବନେଶ୍ୱର : ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଭୁବନେଶ୍ୱରରୁ ପୁଣି ଆଜି ୪୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୦୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୨ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୬୭ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୁଚନା ଦିଆଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଏ ପର୍ୟ୍ୟନ୍ତ ୧୨ ହଜାର ୮୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮୬୭ ଜଣ ସୁସ୍ଥ ହୋଇଛନ୍ତି କିନ୍ତୁ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୮୮୬ ଜଣ ଚିକିତ୍ସାଧୀନ ଅଛନ୍ତି। ଭୂବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0