ବୁର୍ଲା ବଡ ମେଡିକାଲରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ । ଭିମସାର ସ୍ଥିତି ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିମସାର ଗସ୍ତ କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସମୀକ୍ଷା କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ହେବ । ଏହା ସହ ଏଥିରେ ୨୪ଟି ଆଇସିୟୁ ବ୍ୟବସ୍ଥା ମଧ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।ଏଥିସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା କୋଭିଡ୍ ହସ୍ପିଟାଲ ଗସ୍ତ କରି ସେଠାକାର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଦୁଇ ବରିଷ୍ଠ ଅଧିକାରୀ । ଭିମସାରର ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ହେବା ଫଳରେ ପଶ୍ଚିମ ଓଡିଶାରେ କୋଭିଡ୍ ରୋଗୀଙ୍କ ପାଇଁ ଅଧିକ ସୁବିଧା ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0