spot_img

ଅରୁଣାଚଳ ପ୍ରଦେଶରେ ୫ ଜଣଙ୍କୁ ଅପହରଣ କଲା ଚୀନ ସେନା !

ଇଟାନଗର: ପୂର୍ବ ଦଲାଖରେ ଏବେ ଭାରତ-ଚୀନ ସେନା ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି । ଭାରତ ଭିତରେ ପ୍ରବେଶ କରିବାକୁ ବହୁବାର ଚେଷ୍ଟା କରୁଥିବା ଚୀନର ସେନାକୁ କଡ୍ଡା ଜବାବ ଦେଇଛି ଭାରତୀୟ ସେନା । ଲଦାଖରେ ଉତ୍ତେଜନା ଲାଗି ରହିଥିବା ବେଳେ ଏବେ ଚୀନ ସେନା ଅରୁଣାଞ୍ଚଳ ପ୍ରଦେଶର ୫ ଜଣ ବାସିନ୍ଦାଙ୍କୁ ଅପହରଣା କରିନେଇଛି । ସୂଚନାମୁତାବକ, ଚୀନ ସୀମା ସଂଲଗ୍ନ ଅରୁଣାଞ୍ଚଳପ୍ରଦେଶର ଉପର ସୁବନସିରି ଜଲ୍ଲା ନାଚୋ ଜଙ୍ଗଲକୁ ଶୁକ୍ରବାର ଶିକାର କରିବାକୁ ସ୍ଥାନୀୟ ଇଲାକାର ୭ଜଣ ବ୍ୟକ୍ତି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଚୀନର ସୈନିକମାନେ ଅପହରଣ କରିନେଇଥିବାବେଳେ ୨ ଜଣ ବ୍ୟକ୍ତି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଚୀନର ସୈନିକମାନେ ଅପହରଣ କରିନେଇଥିବାବେଳେ ୨ ଜଣ କୈାଶଳକ୍ରମେ ଖସି ଆସିଛନ୍ତି । ଗତ ଶୁକ୍ରବାର ସେମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରାଯାଇଛି । ଖସି ଆସିଥିବା ୨ ଜଣ ବ୍ୟକ୍ତି ପୋଲିସକୁ ଏନେଇ ପ୍ରଥମେ ସୂଚନା ଦେଇଛନ୍ତି । ଏହାପରେ ଅପହୃତ ହୋଇଥିବା ବ୍ୟକ୍ତିମାନଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ କ୍ରମେ ସ୍ଥାନୀୟ ପୋଲିସ୍ ଅପହୃତମାନଙ୍କୁ ଠାବ କରିବା ପାଇଁ ତଲାସ ଜିରି ରଖିଛି । ଅପହରଣ ହୋଇଥିବା ଲୋକମାନଙ୍କ ପରିବାର ସଦସ୍ୟମାନେ ଏ ସଂପର୍କରେ ସେନା ସହିତ ଆଲୋଚନା କରିବା ପାଇଁ ଶନିବାର ସକାଳେ ନାଚୋକୁ ଯାଇଛନ୍ତି । ଏହି ଘଟଣା ପାଇଁ ଚୀନ ସେନାକୁ କଡା ଜବାବ ଦିଆଯିବା ଆବଶ୍ୟକ ବୋଲି ପସିଘାଟ ବିଧାୟକ ନିନଙ୍ଗ ଏରିଙ୍ଗ୍ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular