ମସ୍କୋ: ମସ୍କୋଠାରେ ଆୟୋଜ ସାଂଘାଇ ସହଯୋଗ ସଂଘ ସମ୍ମିଳନୀରେ ଲଦାଖ ସୀମା ବିବାଦ ଉପରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚୀନ ପ୍ରତିପକ୍ଷ ବି ଫେଙ୍ଘେଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଏସସିଓ ସମ୍ମିଳନୀରେ ଲଦାଖ ସୀମାର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭଉୟ ସେନା (ଭାରତ-ଚୀନ) ମଧ୍ୟରେ ଦେଖାଦେଇଥିବା ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଛି । ଦୀର୍ଘ ୨ ଘଣ୍ଟା ୨୦ ମିନିଟ୍ ଧରି ଏହି ଆଲୋଚନା ହୋଇଥିଲା । ବିଶେଷ କରି ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିଭିନ୍ନ ପ୍ରତିରୋଧାତ୍ମକ ସ୍ଥଳମାନଙ୍କରେ ପୂର୍ବର ସ୍ଥିତାବସ୍ଥା ଫେରାଇ ଆଣିବାକୁ ରାଜନାଥ ଦାବି କରିଛନ୍ତି । ଚୀନର ସୈନିକମାନେ ମାତ୍ରାଧିକ ସଂଖ୍ୟାରେ ଠୁଳ ହେବା ଏବଂ ସେମାନଙ୍କର ଆକ୍ରମଣାତ୍ମକ ମନୋଭାବ ସାଙ୍ଗକୁ ଏକତରଫା ଭାବେ ସ୍ଥିତାବସ୍ଥାରେ ପରିବର୍ତ୍ତନ ଉଦ୍ୟମ ହିଁ ଦ୍ୱିପାକ୍ଷିକ ବୁଝାମଣାର ଉଲ୍ଲଂଘନ କରିଛି ।ଏହା ଦୁଇ ଦେଶର ସ୍ୱତନ୍ତ୍ର ପ୍ରିତିନିଧି ଆଲୋଚନା ମାଧ୍ୟମରେ ପହଞ୍ଚିଥିବା ସହମତିକୁ ମଧ୍ୟ ଅସମ୍ମାନ କରୁଛି ବୋଲି ରାଜନାଥ ଆରୋପ ଲଗାଇଛନ୍ତି । ଦୁଇଦେଶର ମତଭେଦ ଯେପରି ବାବାଦରେ ପରିଣତ ନହେଉ ବୋଲି ରାଜନାଥ ଆଶା ବ୍ୟକ୍ତ କରିଛନ୍ତି । ଆମ ଭିତରେ ଥିବା ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆଣିବା ଲାଗି ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏକାନ୍ତ ଅପରିହାର୍ଯ୍ୟ । ଉଭୟ ପକ୍ଷ କୂଟନୈତିକ ଏବଂ ସାମରିକ ସ୍ତରୀୟ କଥାବର୍ତ୍ତା ଜାରି ରଖି ଯେତେ ଶୀଘ୍ର ସମ୍ଭବ ନିୟନ୍ତ୍ରଣ ରେଖା ନିକଟରୁ ସୈନ୍ୟ ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ ପାଇଁ ଚେଷ୍ଟିତ ହେବାକୁ ରାଜନାଥ ଇସାରା କରିଛନ୍ତି ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0