spot_img

ଆଜି ପୃଥିବୀର ନିକଟତର ହେବ ଗ୍ରହାଣୁ । ଜାଣନ୍ତୁ ଏହାର ସମୟ . . .

ନୂଆଦିଲ୍ଲୀ – ଆଜି ଏକ ଗ୍ରହାଣୁ ପୃଥିବୀର ନିକଟତର ହେବ । ଏହି “ଗ୍ରହାଣୁ ୪୬୫୮୨୪୨୦୧୦ ଏଫଆର” ଆଜି ଅପରାହ୍ନ ୨ଟା ୮ମିନିଟ ସମୟରେ ପୃଥିବୀ ନିକଟ ଦେଇ ଗତିକରିବ । ତେବେ ଏହା ପୃଥିବୀଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଏହା ପୃଥିବୀ-ଚନ୍ଦ୍ର ଦୂରତା ଠାରୁ ୧୯ ଗୁଣ ଦୂରରେ ଅତିକ୍ରମ କରିବାର ସୂଚନା ମିଳିଛି ।

ଏହି ଗ୍ରହାଣୁର ହାରାହାରି ବେଗ ୫୧ ହଜାର କିଲୋମିଟର ରହିଥିବା ସ୍ଥଳେ ଏହାର ଲମ୍ବା ୨୭୦ ମିଟର ଓ ଚଉଡା ୧୨୦ ମିଟର ଥିବା ଆକଳନ କରାଯାଇଛି । ଗ୍ରହାଣୁଟି ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ପରିକ୍ରମା କରିଥାଏ ଓ ପ୍ରତି ୪ରୁ ୭ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।
ଏହି ଗ୍ରହାଣୁକୁ ୨୦୧୦ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ଆବିଷ୍କାର କରାଯାଇଥିଲା । ଏହାପରେ ପୁଣି ୨୦୧୬ ମସିହା ମାର୍ଚ୍ଚ ୧୫ ତାରିଖରେ ପୃଥିବୀର ନିକଟତର ହୋଇଥିଲା । ଆଗାମି ୨୦୨୬ ମସିହା ୧୧ ତାରିଖରେ ପୁଣି ଥରେ ଏହା ପୃଥିବୀର ନିକଟତର ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular