spot_img

ବେଆଇନ୍ ଗୋରୁ ଚାଲାଣ , ଦୁଇଟି ଗାଡି ସମେତ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ସାଲେପୁର : ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ବଜରଙ୍ଗୀ ସେନା । ଆଗଠଗଡ଼ରୁ କୋଲକାତା ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା । ଜଗତପୁର ଥାନା ଓ ଚୌଦ୍ୱାର ଥାନାରୁ ୨ଟି ଅଞ୍ଚଳରୁ ଧରିଛନ୍ତି ବଜରଙ୍ଗ ସେନା । ଜଗତପୁର ଗୋଲେଇ ଛକ ଓ ଚୌଦ୍ୱାର କଖଡିର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ବଜରଙ୍ଗୀ ସେନା ଓ ବିଶ୍ୱହିନ୍ଦୁ ପରିଷଦ ମିଳିତ ଭାବେ ଦୁଇଟି ଗୋରୁ ବୋଝେଇ ଗାଡି ଜବତ କରିଛି । ବେଆଇନ ଭାବେ ଏହି ଗୋରୁ ଗାଡି ଆଠଗଡରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଜବତ ହୋଇଛି । ତେବେ ଜବତ ହୋଇଥିବା ଗାଡିରୁ ପ୍ରାୟ ୫୦ରୁ ଅଧିର ଗୋରୁ ଉଦ୍ଧାର କରାୟାଇଛି । ଏହାସହ ଗୋରୁ ଗାଡିରୁ ଲଙ୍କା ଗୁଣ୍ଡ, ମାରଣାସ୍ତ୍ର ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular