ନୂଆଦିଲ୍ଲୀ: ସରକାର ଚଳିତ ବର୍ଷ ନୂତନ ଶିକ୍ଷା ନୀତି ପ୍ରଣୟନ କରିଛନ୍ତି । ତେବେ ଆସନ୍ତାକାଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର ଭୂମିକାକୁ ନେଇ ଗଭର୍ଣ୍ଣର କନଫେରେନ୍ସ ଅୟୋଜିତ କରାଯିବ । ସେପ୍ଟେମ୍ବର ୭ରେ ଏହି କନଫେରେନ୍ସିଂ ଆରମ୍ଭ ହେବ । ଏହାର ଉଦଘାଟନ ସତ୍ରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସମ୍ବୋଧିତ କରିବେ । ଏହି କନଫେରେନ୍ସରେ ସମସ୍ତ ରାଜ୍ୟର ଶିକ୍ଷା ମନ୍ତ୍ରୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କ ସହିତ ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ସୂଚନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଛି । ପ୍ରଧାନମନ୍ତ୍ରୀ ୨୧ ବର୍ଷର ପୁରୁଣା ଶିକ୍ଷା ନୀତିକୁ ପରିବର୍ତ୍ତନ କରି ଏହି ନୂତନ ଶିକ୍ଷାନୀତି ଲାଗୁ କରିଛନ୍ତି ଯାହା ସ୍କୁଲ ଓ ଉଚ୍ଚଶିକ୍ଷାକୁ ଆଗକୁ ବଢିବା ପାଇଁ ଅନେକ ସହଯୋଗ କରିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0