ଜମ୍ମୁ : ମାତା ବୈଷ୍ଣୋଦେବୀ ତୀର୍ଥ ଯାତ୍ରୀମାନଙ୍କ ପାଇଁ ଖୁସି ଖବର । ମାତା ବୈଷ୍ଣୋ ଦେବୀ ଶ୍ରାଇନ ବୋର୍ଡ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ବାହାରୁ ଆସୁଥିବା ଶ୍ରଧାଳୁମାନଙ୍କ ସଂଖ୍ୟା ବଢାଇ ଦେଇଛି । ଏବେ ପ୍ରତ୍ୟେହ ୫୦୦ ଭକ୍ତ ମାତାଙ୍କ ଦର୍ଶନ ପାଇଁ ଆସିପାରେବେ । ପୂର୍ବରୁ ମାତ୍ର ୧୦୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା । କରୋନା ସଙ୍କଟ ଏବଂ ଲକଡାଉନ କାରଣରୁ ୫ ମାସ ହେବ ବୈଷ୍ଣୋଦେବୀ ଦର୍ଶନ ଉପରେ ରୋକ ଲଗାଯାଇଥିଲା । ଗତମାସ ତଥା ୧୬ ଅଗଷ୍ଟରୁ କିଛି ସର୍ତ୍ତ ଲାଗୁ କରାଯାଇ ମନ୍ଦିର ଦ୍ୱାର ଖୋଲାଯାଇଥିଲା ।
ସୂଚନାମୁତାବକ, ପୂର୍ବରୁ ୨୦୦୦ ଲୋକଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା, ଯେଉଁଥିରେ ୧୦୦ ଜଣ ଜମ୍ମୁ-କାଶ୍ମୀରର ବାହାରୁ ଆସିବା ପାଇଁ ଅନୁମତି ଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ୧୮ ମାର୍ଚ୍ଚ ୨୦୨୦ ରୁ ଏହି ଯାତ୍ରା ଉପରେ ରୋକ୍ ଲଗାଇ ଦେଇଥିଲେ । ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ ବୋର୍ଡର ମୁଖ୍ୟ କର୍ମଚାରୀ ଅଧିକାରୀ ରମେଶ କୁମାର ଜାଂଗିଡ କହିଛନ୍ତି, ‘ଶ୍ରଧାଳୁମାନଙ୍କର ଶ୍ରଦ୍ଧା ସୁମନ ବିଶେଷ ପୂଜା ପାଇଁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ସମସ୍ତ ନିର୍ଦ୍ଧାରିତ ଏସଓପି ପାଳନ କରି ଶ୍ରାଇନ ବୋର୍ଡର ଭବନ, ଅର୍ଧକୁଂୱାରୀ, କଟରା ଏବଂ ଜମ୍ମୁ ଠାରେ ତୀର୍ଥଯାତ୍ରୀମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି । ଶ୍ରୀ ମାତା ବୈଷ୍ଣୋ ଦେବୀ ତିର୍ଥ ଯାତ୍ରା ୧୬ ଅଗଷ୍ଟ ଠାରୁ ଆରମ୍ଭ ହୋଇଯାଇଛି ବୋଲି ରମେଶ କୁମାର ସୂଚନା ଦେଇଛନ୍ତି ।’



Visitors Today : 5
Total Visitors : 130174
Total Views : 9891621
Visitors Online Now : 0