spot_img

ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବିର ଜେରା

ମୁମ୍ବାଇ : ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ଼୍ରଗ୍ସ ଲିଙ୍କ ବିଷୟ ସାମ୍ନାକୁ ଆସିବା ପରେ ଏନସିବି ଏହାର ଖୋଳତାଡ଼ ଆରମ୍ଭ କରିଛି । ନାରକୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନସିବି) ମର୍ତ୍ତମାନ ସଂପୂର୍ଣ୍ଣ ଆକ୍ସନ ମୁଡ଼ରେ ରହିଛି । ଆଜି ଏନସିବିର ଏକ ଟିମ ରିୟାଙ୍କ ଘରେ ପହଞ୍ଚି ତାଙ୍କୁ ଏନସିବି ଅଫିସରେ ହାଜର ହେମା ପାଇଁ ସମନ ଦେଇଥିଲେ, ଏହାପରେ ଅଭିନେତ୍ରୀ ରିୟା ଏନସବି ଅଫିସରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କୁ ଏନସିବି ପଚରାଉଚରା ଜାରି ରଖିଛି ।
ସୂଚନା ମୂତାବକ, ଗତ ଶୁକ୍ରବାର ଏନସିବି ରିୟା ଚକ୍ରବର୍ତ୍ତୀ ର ଭାଇ ଶୈାଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ହାଉସ ମେନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ଲଗାତାର ପଚରାଉଚରା ଜାରି ରଖିଛି । ଏହା ସହିତ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ଏହି ମାମଲାର ଖୋଳତାଡ଼ କରୁଛି । ସୁଶାନ୍ତଙ୍କ ଆଖପାଖ ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି । ରିୟାଙ୍କୁ ପଚରାଉଚରା ପରେ ଏହି ମାମଲାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular