spot_img

ଭାଇ-ଭଉଣୀଙ୍କୁ ଅପହରଣ ପରେ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ୨ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ଜୟପୁରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଭାଇ-ଭଉଣୀଙ୍କୁ ଅପହରଣ ପରେ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ଥାନାରେ ଅଭିଯୋଗ ପରେ ଆକ୍ସନ ମୋଡରେ ଆସିଛି ଜୟପୁର ପୋଲିସ ।
ମିଳିଥିବା ଖବରଅନୁଯାୟୀ, ଜଗଦଲପୁରରୁ ଭାଇ-ଭଉଣୀ ବିଶାଖାପାଟଣା ଯାଉଥିଲେ । କିନ୍ତୁ ଜୟପୁର ନିକଟରେ ଉଭୟଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ। ତେବେ କୌଶଳକ୍ରମେ ଯୁବତୀଜଣଙ୍କୁ ଘଟଣାସ୍ଥଳରୁ ଦୁର୍ବୃତ୍ତଙ୍କୁ ଚକମା ଦେଇ ଖସିଆସିଥିଲେ। ସେଠାରେ ଫେରି ପୋଲିସ ନିକଟରେ ସମସ୍ତ ଘଟଣାସଂପର୍କରେ ଅବଗତ କରାଇଥିଲା । ଜୟପୁର ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ଘଟଣାରେ ୨ ଦୁର୍ବୃତ୍ତଙ୍କୁ କାବୁ କରିଛି । ତେବେ ଯୁବତୀଙ୍କୁ ଅପରହରଣ ପରେ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular