ଜୟପୁର: ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ କଂଗ୍ରେସର ରାଜ୍ୟସଭା ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବଶୀଘ୍ର ଭଲ ହୋଇଯିବା ପାଇଁ କାମନା କରିଛନ୍ତି । ଦୀପେନ୍ଦର ନିଜେ ଟ୍ୱିଟ କରି କରୋନା ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି । ସେ ନିଜେ ଟ୍ୱିଟ କରି କହିଛନ୍ତି ‘ମୋର କରୋନା ରିପୋର୍ଟ ପଜିଟିଭ ଆସିଛି । ଡ଼ାକ୍ତରଙ୍କ ନିର୍ଦେଶ କ୍ରମେ ସମସ୍ତ ଟେଷ୍ଟ ସରିଛି । ଆପଣଙ୍କ ଭଲପାଇବା ଦ୍ୱାରା ସୁସ୍ଥ ହୋଇ ମୁଁ ପୁଣି ଥରେ ଆପଣଙ୍କ ପାଖକୁ ଫେରିବି ।’
मेरी कोरोना #COVID19 रिपोर्ट पॉजिटिव आई है। चिकित्सकों के निर्देश अनुसार बाक़ी के टेस्ट किए जा रहे हैं। आप सभी की दुआ से शीघ्र ही ठीक होकर आप सबके बीच वापस लौटूंगा।
जो लोग गत कुछ दिनों में मेरे संपर्क में आयें हैं, कृपया स्वयं आइसोलेट हों अपनी जाँच करवाएं।
— Deepender S Hooda (@DeependerSHooda) September 6, 2020
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଅଶୋକ ଗେହଲଟ ଟ୍ୱିଟ କରି ରାଜ୍ୟସଭା ସାଂସଦ ଦୀପେନ୍ଦର ହୁଡ୍ଡାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି କହିଛନ୍ତି ‘ରାଜ୍ୟସଭା ସାଂସଦ ଦୀପେନ୍ଦର ହୁଡ୍ଡା କରୋନା ପଜିଟିଭ ହେବାର ସୂଚନା ମିଳିଛି, ଏବଂ ତାଙ୍କର ସ୍ୱାସ୍ଥ୍ୟ ଖୁବଶୀଘ୍ର ଭଲ ହେବାପାଇଁ କାମନା କରୁଛି ।’
I have come to know, Rajya Sabha MP @DeependerSHooda ji has tested positive for #Covid19. I wish him a speedy recovery.
— Ashok Gehlot (@ashokgehlot51) September 6, 2020



Visitors Today : 2
Total Visitors : 130428
Total Views : 9891959
Visitors Online Now : 0