spot_img

ମୁମ୍ବାଇ ଇଣ୍ଡିଆନ୍ସର ପ୍ରତି ଖେଳାଳି ପିନ୍ଧିବେ ‘ସ୍ମାର୍ଟ ରିଙ୍ଗ’

ଦୁବାଇ : ଗତ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏକ ଏନ୍ବିଏ ଷ୍ଟାଇଲକୁ ଅନୁସରଣ କରିଛନ୍ତି।ଏହି ଦଳର ଅଧିନାୟକ ରୋହିତ ଶର୍ମାଙ୍କ, ପ୍ରତି ସଦସ୍ୟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ‘ସ୍ମାର୍ଟ ରିଙ୍ଗ’ ପରିଧାନ କରିବେ। ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏହା ଏକ ଅତ୍ୟାଧୁନିକ ଯନ୍ତ୍ର ଅଟେ। ବ୍ଲୁ ଟୁଥ୍ ସଂଯୁକ୍ତ ଏହି ଆପ୍ ଜରିଆରେ ଖେଳାଳିମାନଙ୍କର ଦୈନିକ ଫିଟ୍ନେସ୍ ପରୀକ୍ଷା କରାଯିବ। କୋଭିଡ୍-୧୯ ପରିସ୍ଥିତିରେ ଏଭଳି ଆପ୍ ଖେଳାଳି ମାନଙ୍କର ସୁରକ୍ଷା କବଚଭାବେ କାର୍ଯ୍ୟ କରିବ। ଏହି ଆପ୍ ଜରିଆରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯଥା-ହାର୍ଟ ରେଟ୍, ହାର୍ଟ ରେଟ୍ ଭ୍ୟାରିଏସନ୍, ରେସ୍ପିରେଟୋରି ରେଟ ଏବଂ ବଡି ଟେମ୍ପରେଚର୍ ଆଦି ସଂଗ୍ରହ ହୋଇଥାଏ।
ପୂର୍ବରୁ ଏହି ବ୍ୟବସ୍ଥା ଆମେରିକା ଏନବିଏରେ (ନ୍ୟାସନାଲ୍ ବାସ୍କେଟବଲ୍ ଆସୋସିଏସନ୍)ରେ ରହିଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular