ବାରିପଦା: ମହାମାରୀ କରୋନା ସାରା ରାଜ୍ୟରେ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସର୍ବସାଧାରଣ ସ୍ଥାନରେ କୌଣସି ଦୁର୍ଗାପୂଜା ପୂଜାକୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ। ଏ ନେଇ ଗାଇଡ଼ଲାଇନ ଜାରି କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ଜିଲ୍ଲାପାଳ ବିନୀତ ଭରଦ୍ଵାଜ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ସମସ୍ତ ଧାର୍ମିକ କାର୍ୟ୍ୟକ୍ରମ ଉପରେ କଟକଣା ବଳବତ୍ତର ରହିଛି । ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ସର୍ବସାଧାରଣ ସ୍ଥାନରେ ଦୁର୍ଗାପୂଜାକୁ ଅନୁମତି ଦିଆଯାଇପାରିବ ନାହିଁ । ସୂଚନାଯୋଗ୍ୟ, ଦୁର୍ଗାପୂଜା ବାରିପଦାର ଏକ ପ୍ରମୁଖ ପର୍ବ । ତେଣୁ ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ସାର୍ବଜନୀନ ଶାରଦୀୟ ଦୁର୍ଗାପୂଜା ଓ କାଳିପୂଜା ନିମନ୍ତେ ବାରିପଦାର ବିଭିନ୍ନ ପୂଜା କମିଟି ଅନୁମତି ମାଗିଛନ୍ତି । ଜନସାଧାରଣ ଏହାକୁ ଉତ୍ସୁକତାର ସହିତ ଅପେକ୍ଷା କରଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା ଦୁର୍ଗାପୂଜା ପାଳନ କ୍ଷେତ୍ରରେ ବାଧକ ସାଜିଛି। ତେବେ ବହୁ ପୁରାତନ କାଳରୁ ହୋଇଆସୁଥିବା ଏହି ଶାରଦୀୟ ପୂଜାକୁ କୋଭିଡ଼ କଟକଣାକୁ ଅନୁସରଣ କରି ପାଳନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଏହି ମର୍ମରେ ଏକ ଆବେଦନପତ୍ର ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ପ୍ରଦାନ କରାଯାଇଛି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0