ଚଳିତ ବର୍ଷ ୧୯ ସେପ୍ଟେମ୍ବରରେ ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ଚେନ୍ନାଇ ସୁପରକିଙ୍ଗର ଅଲରାଉଣ୍ଡର ସେନ୍ ୱାଟସନ ହରାଇଥିବା ଲୟକୁ ହାସଲ କରିବାକୁ ଅଧିକ ସମୟ ଲାଗିବନି ବୋଲି କହିଛନ୍ତି । କରୋନାର ତୃତୀୟ ପରୀକ୍ଷା ପରେ ହିଁ ସମଗ୍ର ଟିମ୍ ଅଭ୍ୟାସ କରିବେ । ପ୍ରଥମ ଅଭ୍ୟାସ ମ୍ୟାଚରେ ସମଗ୍ର ଟିମ ସହ ଖେଳିବା ଅତିରୋମାଞ୍ଚକ ଥିଲା ବୋଲି ସେ କହିଥିଲେ । ୨୦୧୮ ରୁ ସେ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳି ଆସୁଛନ୍ତି, ଇତି ମଧ୍ୟରେ ସେ ୯୫୩ ରନ୍ ସଂଗ୍ରହ କରିଥିଲେ । ସୁରେଶ ରାଇନା ଏବଂ ହରଭଜନ ସିଂ ଙ୍କ ଅବସର ପରେ ଚେନ୍ନାଇ ସୁପରକିଙ୍ଗସର ଏକ ଗୁରୁତ୍ୱପୂଣ୍ୟ ଖେଳାଳି ଭାବରେ ୱାଟଶନ ଅଛନ୍ତି । ଦୀପକ ଚହର ଏବଂ ରୁତୁରାଜ ଗାୟକବାଡ଼ଙ୍କୁ କରୋନା ହେବା ପରେ ସୁରେଶ ରାଇନା ଏବଂ ହରଭଜନ ସିଂ ଆଇପିଏଲ ନ ଖେଳିବାର ନିଷ୍ପତି ନେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0