spot_img

କଟକ ଜିଲ୍ଲାରୁ ୪୩୧ଙ୍କ ସମେତ ଆଜି ସୁସ୍ଥ ହେଲେ ୨୫୯୦ ଆକ୍ରାନ୍ତ ..

କଟକ ଜିଲ୍ଲାରୁ ୪୩୧ ଜଣଙ୍କ ସମେତ ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୨୫୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୩୬୪ରେ ପହଞ୍ଚିଛ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୩୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୨୦୨ ଜଣ, ଗଂଜାମ ଜିଲ୍ଲାରୁ ୧୪୨ ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୦ ଜଣ, କୋରାପୁଟ ଜିଲ୍ଲାରୁ ୧୦୮ ଜଣ, ପୁରୀ ଜିଲ୍ଲାରୁ ୧୦୫ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୭୮ ଜଣ, ଭଦ୍ରକ, ଯାଜପୁର ଜିଲ୍ଲାରୁ ୭୭-୭୭ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ ଜଣ, ବରଗଡ଼ ଜିଲ୍ଲାରୁ ୭୨ ଜଣ, ବାଲେଶ୍ୱର, ସମ୍ବଲପୁର ଜିଲ୍ଲାରୁ ୭୧-୭୧ ଜଣ, କେନ୍ଦୁଝର ଜିଲ୍ଲାରୁ ୬୮ ଜଣ, ନୟାଗଡ଼ ଜିଲ୍ଲାରୁ ୬୭ ଜଣ ଓ  ମାଲକାନଗିରି ଜିଲ୍ଲାରୁ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular