ମୋହନା: ଗଜପତି ଜିଲ୍ଲାରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ମୋହନା ଏପଂ ଅଡବା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଭିନ୍ନ ସ୍ଥାନରୁ ୨ କ୍ୱଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ ହୋଇଛି । ଏଥିସହ ୪ ଅନ୍ତଃରାଜ୍ୟ ମାଫିଆଙ୍କ ସମେତ ୬ଜଣ ମାଫିଆଙ୍କୁ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟି ୨୦ଲକ୍ଷ ଟଙ୍କା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ମୋହନା ଏବଂ ଅଡବା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବିଭିନ୍ନ ସ୍ଥାନରୁ ୨ କୁଇଣ୍ଟାଲ ୧୫୯ କେଜି ଗଞ୍ଜେଇ ଜବତ କରିଥିଲା । ପଥରଗଡ ଗ୍ରାମ ନିକଟରୁ ଏକ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଇ ରାସ୍ତା କଢାଇ ନେଉଥିବା ଏକ ହୁଣ୍ଡାଇ, ଭର୍ଣ୍ଣା କାର ସହ ଏକ କଦଳୀ ବୋଝେଇ ଆଇଚନର ଟ୍ରକରୁ ଗଞ୍ଜେଇ ଜବତ କରିଛି ମୋହନା ପୁଲିସ । ସେହିପରି ଅଡବା ପୋଲିସ ପେଟ୍ରେଲିଙ୍ଗ କରୁଥିବା ବେଳେ କେଶରୀଗୁଡା ଛକରୁ ଏକ ବୋଲେରୋ ପିକଅପ ଭ୍ୟାନ ରୁ ଗଞ୍ଜେଇ ଜବତ ହୋଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0