spot_img

ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ରାଜ୍ୟରେ ସଙ୍ଗୀନ ରହିଛି । ମୌସୁମୀ ଅଧିବେଶନକୁ ଆଖିଆଗରେ ରଖି ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କର କୋଭିଡ଼ ଟେଷ୍ଟ କରାଯିବ । ରିପୋର୍ଟ ନେଗେଟିଭ୍ ଆସିଲେ ଯାଇଁ ବୈଠକରେ ଯୋଗଦେବାକୁ ଅନୁମତି ଦିଆଯିବ । ଏପରିକି ବିଧାନସଭା କର୍ମଚାରୀଙ୍କ ମଧ୍ୟ କୋଭିଡ଼ ଟେଷ୍ଟ କରାଯିବ । ମୌସୁମୀ ଅଧିବେଶନର ୨ ଦିନ ପୂର୍ବରୁ ଏହି କୋଭିଡ଼ ଟେଷ୍ଟ କରାଯିବ ।

ପୁଣି ୫ଦିନ ପରେ ଆଉ ଥରେ ସମସ୍ତଙ୍କର କୋଭିଡ଼ ଟେଷ୍ଟ କରାଯିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ରଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନକିଶୋର ଦାସ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ସମେତ ଅନ୍ୟ ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗକୁ ଆସୁଥିବା ବିଧାନସଭା ଅଧିବେଶନକୁ ଆଖିଆଗରେ ରଖି ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କଙ୍କ କୋଭିଡ ପରୀକ୍ଷା କରାଯିବା ବୋଲି ଘୋଷଣା କରାଯାଇଛି । ସେହିପରି କୋଭିଡ଼ ସମୟରେ ବିଧାନସଭା କିପରି ପରିଚାଳିତ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular