ଭୁବନେଶ୍ୱର: ଦୀର୍ଘ ଦିନ ଧରି ବନ୍ୟା ପାଣି ପଶି ରହିବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଗଛ ଗୁଡିକ ପଚି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ୧୧ ପଞ୍ଚାୟତ ପ୍ରଧାନପଡା, ବାରହା ଦୁମଣ୍ଡା, ବରୁଣଢ଼ିଆ, ଭାରିଗଦା, କାଟଣା ବଣିଆ, ପରିନୂଆପଡା, ହାବଳଗଣ୍ଡ, ସିକୋ, ଚାରପଡା, ପଣସ ଗଣ୍ଡ ଓ ବରୁଣ ଆଦି ପଞ୍ଚାୟତରେ ଚାଷି ଏବେ ଚାଷ ଜମିକୁ ଦେଖି କାନ୍ଦୁଛି ।
ବନ୍ୟା ଛାଡିଛି, ହେଲେ ଛାଡି ଯାଇଛି କ୍ଷତ ଚିହ୍ନ । ବନ୍ୟା ଛାଡିବା ପରେ ଚାଷୀଙ୍କ ଦୁର୍ଦ୍ଦଶା ବଢିଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିବା କାରଣରୁ ଫସଲ ନଷ୍ଟ ହୋଇଛି । ସେପଟେ ବନ୍ୟା ପାଣି ଛାଡିବା ପରେ ଗାଁକୁ ଫେରିଛନ୍ତି ଲୋକେ । ଆଉ ଅସଜଡାଘରକୁ ଦିନରାତି ଏକ କରି ସଜାଡିବାରେ ଲାଗିଛନ୍ତି ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0