ଭଦ୍ରକ: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍ଡିଓ) ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ୍ କଲାମ ଦ୍ବୀପର ୪ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ହାଇପରସୋନିକ୍ ଗତିଶୀଳଯାନ (ଏଚ୍ଏସ୍ଟିଡିଭି/ହାଇପରସୋନିକ୍ ଟେକ୍ନୋଲୋଜି ଡେମୋନ୍ଷ୍ଟ୍ରେସନ୍ ଭେହିକିଲ୍) ପରୀକ୍ଷଣ ପାଇଁ ପ୍ରସ୍ତୁତି ହୋଇଛି। ପାଗ ଅନୁକୂଳ ରହିଲେ ଆସନ୍ତାକାଲି କିମ୍ବା ତା’ ପରଦିନ ଧାର୍ଯ୍ୟ ସମୟରେ ଏହାର ପରୀକ୍ଷଣ ହେବ ବୋଲି ସୂଚନା ମିଳିଛି। ଏଚ୍ଏସ୍ଟିଡିଭିର ସଫଳ ପରୀକ୍ଷଣ ପରେ ଡିଆରଡିଓ ସଫଳତାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି କୁହାଯାଉଛି।
ଏଚ୍ଏସ୍ଟିଡିଭି ଦ୍ବାରା ଭାରତ ମହାକାଶକୁ ଖୁବ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ। ଖାଲି ସେତିକି ନୁହେଁ, ଏହି ଅତ୍ୟାଧୁନିକ ସାଧନକୁ ଉପଯୋଗ କରି ଭାରତ ଆକାଶମାର୍ଗରେ ଶତ୍ରୁପକ୍ଷର ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ର ଓ ସମୁଦ୍ର ପତ୍ତନଠାରୁ ମାତ୍ର ୩୨ କିମି ଉଚ୍ଚରୁ ସବୁପ୍ରକାର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍ କରିପାରିବ। ପରୀକ୍ଷଣ ସଫଳ ହେଲେ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆହୁରି ଶକ୍ତିଶାଳୀ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଚ୍ଏସ୍ଟିଡିଭିର ଡିଜାଇନ୍ ୨୦୦୪ରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୦୧୦ ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିଲା।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0