ଭୁବନେଶ୍ବର ୪।୭: ଜୁଲାଇ ୬ ତାରିଖରୁ ରାଜ୍ୟରେ ଖୋଲିବ ପର୍ୟ୍ୟଟନସ୍ଥଳୀ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସଆଇ) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ୟ୍ୟଟନସ୍ଥଳୀ ଖୋଲିବ ନାହିଁ ବୋଲି ସୂଚନା ରହିଛି।
ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୩୧ଟି ପର୍ୟ୍ୟଟନସ୍ଥଳୀ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ତେବେ କୋଣାର୍କ ମନ୍ଦିର, ପୁରୀ ଜିଲ୍ଲାର କୌଣସି ଏଏସଆଇ ପର୍ୟ୍ୟଟନସ୍ଥଳୀ ଖୋଲିବ ନାହିଁ । ଆସନ୍ତା ୬ ତାରିଖକୁ ଖଣ୍ଡଗିରି, ଉଦୟଗିରି, ଧଉଳି, ରାଜାରାଣୀ ମନ୍ଦିର, ଶିଶୁପାଳଗଡ, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି ପ୍ରମୁଖ ପର୍ୟ୍ୟଟନସ୍ଥଳୀ ଖୋଲିବ ।
ତେବେ ଏହିସବୁ ପର୍ୟ୍ୟଟନସ୍ଥଳୀରେ କୋଭିଡ୍ ଗାଇଡ୍ ଲାଇନ୍ କଡାକଡି ଭାବେ ପାଳନ ହେବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଏଏସଆଇ ଚିଠି ଲେଖିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0