spot_img

ଗଞ୍ଜାମ: ଚିକିତ୍ସାଧୀନ ପୁଅର ମୃତ୍ୟୁ ଖବର ପାଇବା ପରେ ଆତ୍ମହତ୍ୟା କଲେ ବାପାମାଆ

ଗଂଜାମ ଜିଲ୍ଲା କବିସୂର୍ୟ୍ୟନଗରରୁ ଏହି ଅଭାବନୀୟ ଖବର ଆସିଛି । ଦୁଇ ଦିନ ତଳେ ନାରାୟଣପୁର ଅଂଚଳର ସୀମାଂଚଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ପୁଅର ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମାଆ । ଏହି ଦୁଃଖକୁ ସହି ନପାରି ମୃତକଙ୍କ ବାପା ରାଜକିଶୋର ଶତପଥୀ, ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ମାଆ ସୁଲୋଚନା ଶତପଥୀ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଅ କରୋନାରେ ଆକ୍ରାନ୍ତ ହୋଇଥିଲେ କି ନାହିଁ, ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହା ସତ୍ୱେ କରୋନା ଭୟରେ ବାପା-ମାଆଙ୍କ ମୃତ ଦେହ, ପାଖ ମାଡିନଥିଲେ ଗ୍ରାମବାସୀ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular