spot_img

ସୋସାଇଟି ଅଫିସରେ ତାଲା ପକାଇଲେ ଶତାଧିକ ଚାଷୀ

ଗଞ୍ଜାମ : ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ତାହା ପ୍ରକୃତ ଚାଷୀ ପାଖେ ପହଞ୍ଚିପାରୁନାହିଁ । ଯାହାର ବିରୋଧ କରି ଶତାଧିକ ଚାଷୀ ସୋସାଇଟି ଅଫିସ ଘେରାଉ କରିଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତର ଚାଷୀଙ୍କ କ୍ଷେତ୍ରରେ ।

ଚାଷୀମାନଙ୍କୁ ଚଢାଦାମ୍‌ରେ ସାର ବିକ୍ରି ଅଭିଯୋଗରେ ଶତାଧିକ ଚାଷୀ ଆଜି ଚାଷୀ ସୋସାଇଟି ଅଫିର ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି । ବଡମହୁରୀ ପଞ୍ଚାୟତର ସାତଟି ପଞ୍ଚାୟତ ଶତାଧିକ ଚାଷୀ ଏଥିରେ ସାମିଲ ଅଛନ୍ତି । ଚାଷୀ ସୋସାଇଟିରେ ସାର ପିଡିଆ କିଣିବା ପାଇଁ ଆସିଥିଲେ , ହେଲେ ସରକାରୀ ଧାର୍ୟ୍ୟ ମୂଲ୍ୟ ୨୬୭ ଟଙ୍କା ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି । ଚାଷୀ ସୋସାଇଟି ଅଫିସରେ ତାଲା ପକାଇ ଦେଇଛନ୍ତି । ଘଟଣାସ୍ଥଳରେ କବିସୂର୍ୟ୍ୟନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular