spot_img

ନିରାପତ୍ତା ବ୍ୟବସ୍ଥାକୁ ନେଇ ଓପିଜିସି ଇବ୍ ଥର୍ମାଲ ଫାଟକରେ ବିକ୍ଷୋଭ

ଝାରସୁଗୁଡ଼ା : ବନହରପାଲି ସ୍ଥିତ ଓପିଜିସି ପରିଚାଳନାଧୀନ ଇବ ଥର୍ମାଲରେ ସ୍ଥାନୀୟ ଲୋକେ କାରଖାନା ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶନିବାର ଦିନ ଦୁର୍ଘଟଣା ପରେ ସୋମବାର ଦିନ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି । କମ୍ପାନୀର ନିରାପତ୍ତା ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶନିବାର ଦିନ ରାତି ୯ଟାରେ ଓପିଜିସି ୟୁନିଟ-୩ର ସାଇଲୋରେ ଥିବା ଦୁଇଟି ହପର ଭାଙ୍ଗି ଯିବାରୁ ଗରମ ପାଉଁସ ପଡି ୬ ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୩ ଜଣଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଇଏସପିର ତ୍ରୁଟି ଯୋଗୁଁ ଗତ ଶନିବାର ଦୁର୍ଘଟଣା ଘଟିଥିଲା । ନୂତନ ଭାବେ ଗଢି ଉଠିଥିବା ଏକ କାରଖାନାର ନୂତନ ୟୁନିଟରେ କିପରି ଦୁର୍ଘଟଣା ଘଟିଲା । ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ଅଭିଯୋଗ କରି ଓପିଜିସି ନିଜଟସ୍ଥ ତେଲେନପାଲି ଗାଁର ଲୋକେ କମ୍ପାନୀ ଫାଟକକୁ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular