ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଅଖିଳ ଭାରତ କୃଷକ ସଭା ତରଫରୁ ବୁଲବୁଲ କ୍ଷତିଗ୍ରସ୍ତ ଚାଷୀଙ୍କ ଇନପୁଟ ସବସିଡ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ଉଦ୍ୟେସରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ନୀଳଗିରି ଆଦିବାସୀ ବହୁଳ ଅଂଚଳରେ ୭୦ ଭାଗ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ୨୦୧୯ ମସିହା ଖରିଫ ଓ ଚାଷରେ ବର୍ଷା ଅଭାବରୁ ବହୁ କଷ୍ଟରେ ଚାଷ କାର୍ଯ୍ୟ ହୋଇଥିଲା।ହେଲେ ବୁଲବୁଲ ପ୍ରଭାବରେ ବର୍ଷା କାରଣରୁ ବହୁ ଚାଷ ନଷ୍ଟ ହୋଇଥିଲା।ଚାଷୀଙ୍କୁ ଇନପୁଟ ସବସିଡ ପାଇଁ ସରକାରୀ ଭାବେ ଜିଲ୍ଲାପାଳଙ୍କ ଦପ୍ତରରୁ ଆସିଥିଲେ ମଧ୍ୟ ତହସିଲ କାର୍ଯ୍ୟାଳୟରେ ଅବହେଳା କାରଣରୁ ଚାଷୀମାନେ ସହାୟତା ରାଶି ପାଇ ପାଇପାରିନାହାନ୍ତି।
ଗତ ଲଘୁଚାପ ବର୍ଷା କାରଣରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଭାଙ୍ଗିଥିବା ବାସଗୃହ ପରିବାର ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗ୍ରହ ଯୋଗାଇଦେବାକୁ ଦାବି କରାଯାଇଛି। ସେହିପରି ଗଣ ତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ସୁରକ୍ଷା ସହିତ ବିଚାର ବିଭାଗକୁ ସରକାରୀ କବଜାରୁ ମୁକ୍ତ କରିବାକୁ ଦାବି କରି ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଯଦି ଏହି ତିନିଦଫା ଦାବି ପୂରଣ ନହୁଏ ତାହେଲେ ଅଖିଳ ଭାରତ କୃଷକ ସଭା ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0