ଚୌଦ୍ୱାର : ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ସମ୍ପର୍କୀୟ ଭିଣୋଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତ କାଳନ୍ଦୀ ସିଧୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ନାବାଳିକା ଘରେ ଏକୁଟିଆ ଥିବାବେଳେ ତାଙ୍କ ସଂପର୍କୀୟ ଭିଣୋଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ନାବାଳିକା ଚିତ୍କାର କରିବାରୁ ପରିବାର ଲୋକେ ଚାଲିଆସିବାରୁ ସେ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ନାବାଳିକାଙ୍କ ଭାଇ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଆଇଆଇସି ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0