spot_img

ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଆଇଏଏସଙ୍କୁ ଦାୟିତ୍ୱ: ସ୍ପେଶାଲ ଏଡିଏମ ନିଯୁକ୍ତ କଲେ ରାଜ୍ୟ ସରକାର

ଗଂଜାମରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାର ଲାଗିଛି । କରୋନା ପରିଚାଳନା ପାଇଁ ଜିଲ୍ଲା ପାଇଁ ୨ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଇଏଏସ ପାରୁଲ ପଟାୱାରୀ ଓ ବିଶାଲ ସିଂହଙ୍କୁ ସ୍ୱତନ୍ତ୍ର ଏଡିଏମ ଭାବେ ନିଯୁକ୍ତ କରାଯାଇଛି । ପାରୁଲ ପାଟୱାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ସିଂହଙ୍କୁ ଭଂଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ୱ ଦିଆଯାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦୬୬ରେ ପହଞ୍ଚିଛି।
ତେଣୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା କରିବା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଗଂଜାମରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୨୦ରେ ପହଚିଂଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular