spot_img

ଦୁର୍ନୀତି ଅଭିଯୋଗରେ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

ଗଞ୍ଜାମ :  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ କାର୍ଯ୍ୟାଳୟକୁ ମଙ୍ଗଳବାର ଘୁମୁଷର ଜିଲ୍ଲା ବିଜେପି ପକ୍ଷରୁ ଘେରାଉ କରାଯାଇଛି । ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଦଳ କାର୍ଯ୍ୟାଳୟକୁ ଘେରାଉ କରିଛି ।

ପୋଲସରା ବ୍ଲକରେ ଗତ କିଛି ବର୍ଷ ଧରି ଏନଅ।ରଜିଏସ କାମରେ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିଲା ।ଏପରିକି ବିଭିନ୍ନ  ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ମଧ୍ୟ ଆସିଥିଲା । ଏହାକୁ ନେଇ ଶତାଧିକ ବିଜେପି କର୍ମୀ ବ୍ଳକ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଏହାସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଅ।ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular