spot_img

ବ୍ୟାଙ୍କ ଝର୍‌କାର ଗ୍ରୀଲ୍ ତାଡ଼ି ଲୁଟ୍‌ ଉଦ୍ୟମ

ଆନନ୍ଦପୁର : ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଡକାୟତି ଉଦ୍ୟମ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ମିଳିଥିବା ଖବର ଅନୁଯାୟୀ, ଦୁର୍ବୃତ୍ତମାନେ ବ୍ୟାଙ୍କ ଶାଖା ପଛପଟ ଝରକା ଗ୍ରୀଲ୍ କୁ ଗ୍ୟାସ୍‌ କଟର ସାହାଯ୍ୟରେ ବ୍ୟାଙ୍କରେ ଭିତରେ ପ୍ରବେଶ କରିଛନ୍ତି । ଆଜି ୧୦ଟା ସମୟରେ ବ୍ୟାଙ୍କ ଖୋଲିବା ପରେ ଘଟଣା ଜଣାପଡିଥିଲା । ଏନେଇ ଶାଖା କତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଖବର ମିଳିବା  ପରେ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତନାଘନା ଜାରି ରଖିଛି । ତେବେ ଦୁର୍ବୃତ୍ତମାନେ ପଶିଥିବା କୋଠରୀର ଆଲମିରା ତାଡିଛନ୍ତୁ । ଯେଉଁଥିରେ କି କେବଳ ଲୋନ ସମ୍ବନ୍ଦୀୟ କାଗଜ ପତ୍ର ରହିଥିଲା। ବ୍ୟାଙ୍କର ଟଙ୍କା ଓ ସୂନା-ରୂପା ଥିବା ଷ୍ଟ୍ରଙ୍ଗ ରୁମ୍ ସୁରକ୍ଷିତ ଥିବା ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular