ଭୁବନେଶ୍ୱର: ଓଡିଶାରୁ ଶ୍ରମିକ ସ୍ପେଶାଲ ଟ୍ରେନ ପୁଣି ଥରେ ଚଲାଇବା ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣିଥରେ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରାଇବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ ଟ୍ରେନ ଚଲାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି । ଗଞ୍ଜାମ ଜିଲ୍ଳାର ଅନେକ ଓଡିଆ ପ୍ରବାସୀ ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି । ଲକଡାଉନ ଉଠିବା ପରେ ସବୁ କିଛି ସ୍ୱାଭାବିକ ସ୍ଥିତିକୁ ଫେରୁଛି । କାର୍ୟ୍ୟସ୍ଥଳୀକୁ ସମସ୍ତେ ଫେରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ ଟ୍ରେନ ପୁଣି ଚଲାଇବା ପାଇଁ ରେଳମନ୍ତ୍ରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0