ଅନୁଗୁଳ: ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଡ଼ାକ୍ତର ଅଭାବକୁ ନେଇ ଛେଣ୍ଡିପଦା ଡ଼ାକ୍ତରଖାନାରେ ଜନ ଅସନ୍ତୋଷ ଦେଖାଦେଇଛି । ମେଡ଼ିକାଲର ବିଭିନ୍ନ ବିଭାଗରେ ୧୧ଟି ଡ଼ାକ୍ତରୀ ପଦ ଖାଲି ଥିବା କଥାକୁ ନେଇ ଯୁବମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ନେଇ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।କିଛିଦିନ ତଳେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଡ଼ାକ୍ତରଙ୍କୁ ବଦଳି କରାଯାଇଥିଲା । ଆଉ ସେ ପଦବୀକୁ ପୂରଣ କରାଯାଇନଥିଲା । ଯାହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଛେଣ୍ଡିପଦା ଯୁବମଞ୍ଚ ପକ୍ଷରୁ ତୁରନ୍ତ ପଦବୀ ପୂରଣ ନିମନ୍ତେ ଅନୁଗୁଳ ସି.ଡ଼ି.ଏମ.ଓ ଏବଂ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ଗତ ୨୬ ତାରିଖରୁ ସ୍ତ୍ରୀ ରୋଗ ଡ଼ାକ୍ତରଙ୍କୁ ଆଠମଲ୍ଲ୍ିକ ଡ଼ାକ୍ତରଖାନାକୁ ବଦଳି କରାଯାଇଛି ଯାହାଫଳରେ ପ୍ରତିଦିନ ଅନେକ ପ୍ରସୂତୀ ମହିଳା ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ଡ଼ାକ୍ତରଖାନା ଉପରେ ଛେଣ୍ଡିପଦା ବ୍ଲକର ସମସ୍ତ ପଞ୍ଚାୟତ ଦେବଗଡ଼ ଏବଂ ରିଆମାଳର ଅନେକ ମହିଳା ନିର୍ଭର କରିଥାନ୍ତି । ତେଣୁ ତୁରନ୍ତ ଡ଼ାକ୍ତର ନିଯୁକ୍ତି ନ ହେଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0