ମହାମାରୀ କରୋନା ଭଳି ଏକ ଘଡ଼ିସଂନ୍ଧି ମୂହୁର୍ତ୍ତରେ ବିଏସନାଲର ୨୦ ହଜାର କର୍ମଚାରୀଙ୍କ ଚାକିରି ଏବେ ବିପଦରେ । କୈାଣସି ମୁହୁର୍ତ୍ତରେ ସେମାନଙ୍କର ଚାକିରି ଯିବାର ସମ୍ଭାବନା ରହିଛି । ସରକାରୀ ଟେଲିକମ କମ୍ପାନୀ ତାର ସମସ୍ତ ୟୁନିଟକୁ ନିର୍ଦେଶ ଦେଇ କହିଛି ସେମାନେ ସେମାନଙ୍କର କର୍ମଚାରୀଙ୍କ ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ । ଯାହା ଫଳରେ କଣ୍ଟ୍ରାଚୁଆଲରେ ଥିବା ୨୦ ହଜାର କର୍ମଚାରୀଙ୍କ ଚାକିରି ଏବେ ବିପଦରେ ରହିଛି । ମିଳିଥିବା ସୂଚନା ମୁତାବକ, ପୁର୍ବରୁ ମଧ୍ୟ କମ୍ପାନୀର ପଲିସି ଯୋଗୁଁ ୩୦ ହଜାର କର୍ମଚାରୀଙ୍କ ଛଟେଇ ହୋଇସାରିଛି । ଯେଉଁମାନେ ଦୀର୍ଘ ଏକ ବର୍ଷ ହେବ ଦରମା ପାଇନାହାନ୍ତି । ବିଏସନାଲ ତାର ସମସ୍ତ ଚିଫ ମ୍ୟାନେଜରମାନଙ୍କୁ ଚିଠି ଲେଖି ସମସ୍ତ କର୍ମଚାରୀମାନଙ୍କ ଦରମା କାଟ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଯାହାଫଳରେ ଏହି ୨୦ ହଜାର କର୍ମଚାରୀମାନଙ୍କ ଚାକିରି ଏବେ ବିପଦରେ ରହିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 1