ସାରା ବିଶ୍ୱ କରୋନା ଟିକା ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ଭାରତରେ ବାୟୋଟେକ ଟିକାର ଷ୍ଟେଜ ୩ ପରୀକ୍ଷଣ ଚାଲୁ ରହିଛି । ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ ସୂଚନା ଦେଇଛନ୍ତି । କାଡିଲାକ୍ ପ୍ରସ୍ତୁତ ଟିକାର ଷ୍ଟେଜ୍-୨ର ମଧ୍ୟ ପରୀକ୍ଷଣ ଏବେ ଜାରି ରହିଛି । ଏହା ବ୍ୟତୀତ ଆମେରିକା ପ୍ରସ୍ତୁତ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଚାଲିଛି । ୧୭ଟି ସ୍ଥାନରେ ୧୬ ଶହ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ଟିକାର ପରୀକ୍ଷଣ ହେବ । ପୁଣେର ସେରମ ଇନଷ୍ଟିଚ୍ୟୁଟ ଟିକାର ଉତ୍ପାଦନ ଦାୟିତ୍ୱ ନେଇଥିବା ବେଳେ ମାସକରେ ୧୦ କୋଟି ଠିକା ପ୍ରସ୍ତୁତ କ୍ଷମତା ରଖିଛି । ଭାରତ ପ୍ରସ୍ତୁତ ୨ଟି ଟିକାର ପରୀକ୍ଷଣ ମଧ୍ୟ ଚାଲୁ ରହିଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0