ବଲିଉଡର ହିରୋଇନମାନେ ଚମତ୍କାର ଅଭିନୟ ଜରିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦର୍ଶକମାନଙ୍କ ପାଖରେ ଖୁବ୍ ଲୋକପ୍ରିୟ ହୋଇଥାନ୍ତି । କିନ୍ତୁ ଯଦି ଏହି ଲୋକପ୍ରିୟ କଳାକାର ହଠାତ ଫିଲ୍ମ ଦୁନିଆରୁ ଦୂରେଇଯାନ୍ତି ତାଙ୍କୁ ଲୋକମାନେ ଖୁବ ମିସ କରିଥାନ୍ତି। ହଁ ଆମେ କହୁଛୁ ଏପରି ଜଣେ ଅଭିନେତ୍ରୀଙ୍କ କଥା ଯେ ଅମିର ଖାନ୍ ଙ୍କ ସୁପରହିଟ ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର ‘ପରଦେଶୀ ପରଦେଶୀ’ ଗୀତରେ ଡ୍ୟାନ୍ସ କରୁଥିବା ପ୍ରତିଭା ସିହ୍ନାଙ୍କ କଥା । ୨୦ ବର୍ଷ ସିନେମା ଜଗତରୁ ଦୂରେଇ ରହିଥିବା ପ୍ରତିଭା ସିହ୍ନାଙ୍କର ଆଜି ଜନ୍ମଦିନ ।
ପ୍ରତିଭା ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମାଳା ସିହ୍ନାଙ୍କ ଝିଅ । ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ‘ପରଦେଶୀ ପରଦେଶୀ’ ଗୀତରେ ଅଭିନୟ କରିବା ପରେ ରାତାରାତି ସୁପରଷ୍ଟାର ହୋଇଥିଲେ ପ୍ରତିଭା । ଆଜିବି ଦର୍ଶକମାନେ ଯେତେବେଳେ ଏହି ଗୀତ ଶୁଣନ୍ତି ପ୍ରତିଭାଙ୍କ ସେହି ଚମତ୍କାରୀ ଅଭିନୟ ଆଖି ସାମ୍ନାକୁ ଚାଲିଆସେ ।
୯୦ ଦଶକରେ ଫିଲ୍ମ ଦୁନିଆରେ ପାଦ ଦେଇଥିବା ପ୍ରତିଭାଙ୍କ ସମୟରେ କରୀସ୍ମା କପୁର, ରବୀନା ଟଣ୍ଡନ , ପୁଜା ଭଟ୍ଟଙ୍କ ପରି ଅନେକ ହିରୋଇନ ଡେବ୍ୟୁ କରୁଥିଲେ । ପ୍ରତିଭାଙ୍କ ମା ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିବାରୁ ପ୍ରତିଭାଙ୍କୁ ଅନେକ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଥିଲା ସତ କିନ୍ତୁ ସେ ଆଶାନୁରୂପେ ସଫଳତା ହାସଲ କରିପାରିନଥିଲେ ।
ପ୍ରତିଭା ବର୍ତ୍ତମାନ ନିଜ ମା ମାଳାଙ୍କ ସହ ମୁମ୍ବାଇରେ ରହୁଛନ୍ତି । ଏବେବି ପ୍ରତିଭା ବିବାହ କରିନାହାଁନ୍ତି । ୧୩ଟି ଫିଲ୍ମରେ ନଜର ଆସିଛନ୍ତି ପ୍ରତିଭା କିନ୍ତୁ ନିଜର ମାଙ୍କ ପରି ସଫଳତା ପାଇପାରିନାହାନ୍ତି । ସୂଚନା ଯୋଗ୍ୟ ପ୍ରତିଭା ଏବେ ବି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି ।



Visitors Today : 0
Total Visitors : 130581
Total Views : 9892137
Visitors Online Now : 0