ଆସନ୍ତା କାଲି ଗୁରୁପୂର୍ଣ୍ଣିମା । ଏହି ଅବସରରେ ଗୁରୁଙ୍କ ପ୍ରତି ଭକ୍ତିଭାବ ସମର୍ପଣ କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଷାଢ ମାସର ପୂର୍ଣ୍ଣିମା ତିଥିରେ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଏହି ଦିନ ବିଧିବଧ ଭାବେ ଗୁରୁଙ୍କ ପୂଜା କରାଯାଇଥାଏ । ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନକୁ ଚାରି ବେଦର ରଚୟିତା ଏବଂ ମହାଭାରତ ଭଳି ମହାକାବ୍ୟର ରଚନା କରିଥିବା ବେଦ ବ୍ୟାସଙ୍କ ଜୟନ୍ତୀ ରୂପେ ପାଳନ କରାଯାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଗୁରୁପୂର୍ଣ୍ଣିମାର ମହତ୍ତ୍ୱ ।
ଗୁରୁପୂର୍ଣ୍ଣିମା ଦିନ ଗୁରୁ କିମ୍ବା ବଡ ଗୁରୁଜନଙ୍କର ଆଶୀର୍ବାଦ ନିଆଯାଇଥାଏ । ଏହି ଦିନ ଗୁରୁଙ୍କୁ ପୂଜା କରିବାର ପରମ୍ପରା ରହିଛି । ଚଳିତ ବର୍ଷ ଗୁରୁପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଯୋଗ ରହିଛି କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ । ଯେଉଁକାରଣରୁ ଗ୍ରହଣକୁ ଭାରତରେ ପାଳନ କରାଯିବ ନାହିଁ ।
ଗୁରୁପୂର୍ଣ୍ଣିମା ଦିନ ସକାଳୁ ଉଠି ସର୍ବ ପ୍ରଥମେ ସ୍ନାନ କାର୍ଯ୍ୟ ସାରି ସଫା କପଡା ପିନ୍ଧି ଘରର ପୂଜା ସ୍ଥାନରେ ଥିବା ଦେବୀ-ଦେବତାଙ୍କୁ ଯଥା ପୂର୍ବକ ପୂଜା କରନ୍ତୁ । ଏଥିସହ ଏହି ଦିନ ପୂଜା କାର୍ଯ୍ୟ ସାରିବା ପରେ ଗୁରୁଙ୍କ ଘରକୁ ଯାଇ ଗୁରୁଙ୍କୁ ପୂଜା କରିବା ସହ ଆଶୀର୍ବାଦ ନିଅନ୍ତୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0