spot_img

ଅରୁଣାଚଳ ପ୍ରଦେଶରୁ ନିଖୋଜ ଯୁବକ ଚୀନରେ , ମାନିଲା ଚୀନ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରୁ ଅପହୃତ ହୋଇଥିବା ୫ ଜଣ ଯୁବକ ଚୀନ ସୀମାରୁ ମିଳିଥିବା ଚୀନ ସେନା ପକ୍ଷରୁ କୁହାଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜ୍ଜୁ । ଭାରତୀୟ ସେନା ରବିବାର ପଠାଇଥିବା ହଟ୍ ଲାଇନ୍ ମେସେଜର ଜବାବ ଦେଇଛି ଚୀନ ସେନା । ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଙ୍ଗ ଦାବି କରିଛନ୍ତି ଚୀନର ପିପୁଲ୍ସ ରିପବ୍ଲିକ୍ ଆର୍ମି ଭାରତର ଯୁବକଙ୍କୁ ଅପହରମ କରି ନେଇଥିଲା । ବିଧାୟକଙ୍କ ଏହି ଦାବି ପରେ ଭାରତୀୟ ସେନା ଏହା ଉପରେ ଚୀନ ସେନାକୁ ଅଭିଯୋଗ କରିଥିଲା ।

ସୂଚନାମୁତାବକ, ସ୍ଥାନୀୟ ଲୋକ ପଶୁଙ୍କୁ ଚରାଇବା ଲାଗି କ୍ଷେତକୁ ନେଇଯାଆନ୍ତି । କିଛି ଦିନ ତଳେ କେତେକ ଯୁବକ ମାଛ ଧରିବାକୁ ଯାଇଥିବା ବେଳେ ସେମାନଙ୍କୁ ଚୀନ ସେନା ଧରି ନେଇଥିଲା । ଏହା ପରେ ଜଣାପଡୁଛି ଯେ, ଚୀନ କେବଳ ଲଦାଖରେ ନୁହେଁ ବରଂ ଅରୁଣାଞ୍ଚଳ ପ୍ରଦେଶରେ ମଧ୍ୟ ବାସ୍ତବିକ ନିୟନ୍ତ୍ରଣ ରେଖା ଏଲଏସି ପର୍ଯ୍ୟନ୍ତ ଚାଲି ଆସିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular