spot_img

ଆଇପିଏଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନସରେ ଯୋଡ଼ି ହେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଆଗାମୀ ସିଜନରେ ଅଷ୍ଟ୍ରେଲିଆର ବ୍ୟାଟସ୍ମ୍ୟାନ କ୍ରିସ ଲିନ୍ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନସ୍ ଟିମରେ ସାମିଲ ହେବାକୁ ଆବୁଧାବିରେ ପହଞ୍ଚିଛନ୍ତି । ଭାରତରେ କୋଭିଡ-୧୯ ବୃଦ୍ଧି ପାଇବା କାରଣରୁ ଏହି ଟି-୨୦ ଲିଗ ଦୁବାଇରେ ଆୟୋଜନ ହେଉଛି । ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ ହୋଇ ନଭେମ୍ବର ୧୦ ଯାଏଁ ଚାଲିବ । ମୁମ୍ବାଇ ଇଣ୍ଡିଆନସରେ ଦ୍ରୁତ ବୋଲର ଟେଣ୍ଟ ବୋଲ୍ଟ ଓ ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କ ବଦଳରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ପ୍ୟାଟିନସନ ପୂର୍ବ ସପ୍ତାହରେ ଟିମରେ ସାମିଲ ହୋଇଥିଲେ । ଆଇପିଏଲ ଇତିହାସରେ ମୁମ୍ବାଇ ଇଣ୍ଡିଆନସ୍ ସବୁଠାରୁ ସଫଳ ଟିମ୍ । ଏହି ଚାରି ଥର ଆଇପିଏଲ ବିଜେତା ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular