spot_img

ବିଲରୁ ଫେରୁଥିବା ବେଳେ ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଭୁବନ ସୁରପ୍ରତାପପୁର ଗାଁରେ ଭାଲୁ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ସୁରପ୍ରତାପପୁର ଗାଁର ନରହରି ମହାନ୍ତି ଗତକାଲି ବିଲ କାମ ସାରି ଘରକୁ ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଯାଇଥିଲେ ।

ସେଠାରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ପରିବାର ଲୋକ ତାଙ୍କ କ୍ଷତାକ୍ତ ମୃତଦେହ ପାଇଥିଲେ । ପରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ । ସୁରପ୍ରତାପୁର ଫାଣ୍ଡି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular