spot_img

ପୁଲିସ କର୍ମୀଙ୍କ ନାଁରେ ଅସଦାଚରଣ ଅଭିଯୋଗ

ବରଗଡ଼: ବରଗଡର ପୁଲିସ କର୍ମୀଙ୍କ ନାଁ ରେ ଅସଦାଚରଣ ଭଳି ଏକ ସାଂଘାତିକ ଅଭିଯୋଗ ଆସିଛି । ଅଭିଯୋଗକ୍ରମେ, ଟାଉନ ଥାନା ଖଲିଆପାଲି ଗାଁର ଜଣେ ଯୁବତୀଙ୍କୁ ପିସିଆର୍ ଭ୍ୟାନରେ ଉଠାଇ ନେଇ କିଛି ପୁଲିସକର୍ମୀ ଅସଦାଚରଣ କରିଥିଲେ । ଗତ ୬ ତାରିଖ ସନ୍ଧ୍ୟାରେ ଯୁବତୀ ଅନଲାଇନ କ୍ଲାସ ବାବଦରେ ବୁଝିବାକୁ ସାଙ୍ଗ ଘରକୁ ଯାଉଥିବା ବେଳେ ପିସିଆର୍ ଭ୍ୟାନରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଉଠାଇ ନେଇଥିଲେ । ଦେଢ ଘଣ୍ଟା ପିସିଆର୍ ଭ୍ୟାନ୍ ଭିତରେ ଯୁବତୀଙ୍କୁ ଅସଦାଚରଣ କରିବା ସହ ପାଟି କଲେ ମିଛ କେସ୍ରେ ଫସାଇଦେବାକୁ ଧମକ ଦେଇଥିଲେ । ଏନେଇ ଯୁବତୀ ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରାଯାଇ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବତୀ ଜଣଙ୍କ ନିବେଦନ କରିଛନ୍ତି । ଏଭଳି ଘଟଣାକୁ ନେଇ ପୁଲିସ ବିଭାଗର ପଦକ୍ଷେପ କଣ ରହୁଛି ତାହା ଏବେ ଦେଖିବାର ବିଷୟ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular