spot_img

ଶ୍ରୀରାମଙ୍କ ନାମରେ ନାମିତ ହେବ ଅଯୋଧ୍ୟା ବିମାନ ବନ୍ଦର

ଅଯୋଧ୍ୟା: ଅଯୋଧ୍ୟା ବିମାନ ବନ୍ଦରର ନାମ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ନାମରେ ନାମିତ କରାଯିବ ଏବଂ ଏହି ବିମାନ ବନ୍ଦରକୁ ଆର୍ନ୍ତଜାତୀୟ ବିମାନ ବନ୍ଦରର ମାନ୍ୟତା ମଧ୍ୟ ମିଳିବ । ଯୋଗୀ ସରକାର ଏହି ବିମାନ ବନ୍ଦରର ନାମ ବଦଳାଇ ଓ ଏହାର ସଂପ୍ରସାରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ମିଳିଥିବା ସୂଚନା ଅନୁଯାୟୀ, ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ୨୦୨୧ ସୁଦ୍ଧା ଶେଷ ହୋଇଯିବାର ଯୋଜନା ରହିଛି । ଅଯୋଧ୍ୟାରେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଥିବାରୁ ଏହାକୁ ଦେଖିବା ପାଇଁ ଦେଶ ଓ ଦେଶ ବାହାରୁ ଅନେକ ଶ୍ରଦ୍ଧାଳୁ ଆସିବେ, ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିମାନ ବନ୍ଦରର ବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଯୋଗୀ ସରକାରଙ୍କ ଯୋଜନା ଅନୁଯାୟୀ, ଏହି କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହୋଇ ୨୦୨୧ ସୁଦ୍ଧା ଶେଷ ହୋଇଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular